କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ, ଚାନ୍ଦ ନଦେଖି ଆଗୁଆ ଚନ୍ଦ୍ର ପୁଜିଲେ କୁଆଁରୀ

ଭୁବନେଶ୍ୱର,୨୮/୧୦: ଅପରାହ୍ନରେ ହେଲା ଚାନ୍ଦ ପୂଜା। କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଅପରାହ୍ନ ୪ଟା ୫ ମିନିଟ୍ ପୂର୍ବରୁ ଲକ୍ଷ୍ମୀ ପୂଜା କରାଯାଇଛି । ସନ୍ଧ୍ୟାରେ ବନ୍ଦ ରହିବ ମାଙ୍କ ଦର୍ଶନ । ଆଜି ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଂଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ସମୟ ଅପରାହ୍ନ ୪ଟା ୪ମିନିଟ୍ ୫୫ ସେକେଣ୍ଡରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଆଜି ରାତି ଗୋଟାଏ ୪ ମିନିଟ୍ ୫୫ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ଡରେ ଗ୍ରହଣ ଛାଡ଼ିବ ।  ଗ୍ରହଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ହୋଇଛି ।