ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ସ୍ବରୂପ ନାୟକ

ଭୁବନେଶ୍ୱର,୨୮/୧୦: ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ସଙ୍ଗୀତକାର ତଥା ଗୀତିକାର ଓ ଅଭିନେତା ସ୍ବରୂପ ନାୟକ। କଟକ ସତୀଚଉରାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ ଝିଅ ନିବୃତ୍ତି ନାୟକ ମୁଖାଗ୍ନି ଦେଇଛନ୍ତି। ପୂର୍ବରୁ ତାଙ୍କୁ ଏକ ଶୋଭାଯାତ୍ରାରେ ସତୀଚଉରାକୁ ଅଣାଯାଇଥିଲା। ସତୀଚଉରାରେ କଟକ ମେୟର ସୁବାସ ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ, ଗୀତିକାର, କଣ୍ଠଶିଳ୍ପୀ, ଅଭିନେତା ସ୍ବରୂପ ନାୟକଙ୍କର ଗତକାଲି ଅପରାହ୍‌ଣ ୨ଟା ୪୫ରେ ପ‌ରଲୋକ ଘଟିଥିଲା। ଶ୍ରୀ ନାୟକ ଫୁସ୍‌ଫୁସ୍ କର୍କଟରେ ଆକ୍ରାନ୍ତ ‌ହୋଇ ଚିକିତ୍ସାଧୀନ ଥିଲେ। ଆଜି ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କୁ ୭୮ବର୍ଷ ହୋଇଥିଲା।