ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୧/୨: ସଂସଦରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପିତ ହେଉଛି। ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୃତୀୟ ଥର ବଜେଟ ଉପସ୍ଥାପନ କରୁଛନ୍ତି ନିର୍ମଳା ସୀତାରମଣ । କରୋନା ଭଳି କଷ୍ଟକର ସମୟରେ ବଜେଟ ପ୍ରସ୍ତୁତ କରାଯାଇଛି ।

କରୋନା ସଙ୍କଟ ଯୋଗୁଁ ଏହି ବଜେଟ ଐତିହାସିକ । ଲକ୍‌ଡାଉନ ବେଳେ PMGKY ଘୋଷଣା ହୋଇଥିଲା । PMGKYରେ ୨.୭୬ ଲକ୍ଷ କୋଟିର ଟଙ୍କା ଆବଣ୍ଟନ ହୋଇଥିଲା । ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ ଲକ୍ଷ କୋଟି ଟଙ୍କାର ଥିଲା । ୮୦ କୋଟି ଲୋକଙ୍କୁ ମାଗଣାରେ ରାସନ ଯୋଗାଯାଇଛି ।

୪୦ କୋଟି ଗରିବ ଓ ମହିଳାଙ୍କୁ ଆର୍ଥକ ସହାୟତା ଦିଆଯାଇଛି । GDPର ୧୩% ହେଉଛି ଆତ୍ମନିର୍ଭର ଭାରତ ପ୍ୟାକେଜ । ୮ କୋଟି ଲୋକଙ୍କୁ ମାଗଣାରେ ଗ୍ୟାସ ଯୋଗାଇ ଦିଆଯାଇଛି । ୨୦୨୧ରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।