କନ୍ଦାଉଛି ପିଆଜ, କିଲୋ ପିଛା ୫୦ ପାର୍

ଭୁବନେଶ୍ୱର,୨୭/୧୦: ଆକାଶ ଛୁଆଁ ପିଆଜ ଦର।  ମାସକ ଭିତରେ ପିଆଜର ଦର ଦୁଇ ଗୁଣା ବୃଦ୍ଧିପାଇଛିି । ଖୁଚୁରା ବଜାରରେ ପିଆଜ କିଲୋ କେଉଁଠି ୫୦ ଟଙ୍କା ତ କେଉଁଠି ୬୦ ଟଙ୍କା ହେଲାଣି । ରୋଷେଇ ଶାଳର ଆବଶ୍ୟକ ସାମଗ୍ରୀ ପିଆଜର ଏଭଳି ଦର ବୃଦ୍ଧି ଖାଉଟିଙ୍କୁ ବାଧୁଛି । ସେପଟେ ଚାହିଦା ମୁତାବକ ଯୋଗାଣ ହେଉନଥିବାରୁ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ । ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ନାସିକ, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶରେ ପିଆଜ ଚଢା ଦରରେ ବିକ୍ରି ହେଉଥିବାରୁ ତାହାର ପ୍ରଭାବ ଓଡିଶା ଉପରେ ପଡିଛି ।