ରାଜ୍ୟରେ ବଢିଛି ଭୋଟର ଓ ବୁଥ ସଂଖ୍ୟା : ନିର୍ବାଚନ ଅଧିକାରୀ

ନୂଆଦିଲ୍ଲୀ,୨୭/୧୦: ଆଜି ପ୍ରେସମିଟ୍ କରି ନିର୍ବାଚନ ଅଧିକାରୀ କହିଛନ୍ତି ଯେ ରାଜ୍ୟରେ ଭୋଟରଙ୍କ ସଂଖ୍ୟା ବଢିଛି । ରାଜ୍ୟରେ ବୁଥ ସଂଖ୍ୟା ମଧ୍ୟ ବଢିଛି । ୧୮ବର୍ଷର ହୁଅନ୍ତୁ କିମ୍ବା ୮୦ ବର୍ଷର ସମସ୍ତଙ୍କ ନାଁ ଭୋଟର ଲିଷ୍ଟରେ ରହିବା ଦରକାର । ସେହିପରି ଅନ୍ୟପଟେ ଆଜିଠୁ ସ୍ୱତନ୍ତ୍ର ସଂକ୍ଷପ୍ତ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁମାନେ ଭୋଟରମାନେ ଶାରିରିକ ଅକ୍ଷମ ରହିଛନ୍ତି, ସେମାନଙ୍କୁ ଭୋଟ କେନ୍ଦ୍ରକୁ ଆଣିବା ଦାୟିତ୍ୱ ଆମର । ଆମେ ତାଙ୍କ ଘରକୁ ଗାଡି ପଠାଇ ଆଣିବୁ ଏବଂ ଭୋଟ ଦେବା ପରେ ତାଙ୍କୁ ନେଇ ଘରେ ଛାଡିବାର ବ୍ୟବସ୍ଥା କରିବୁ । ପିଡବ୍ଲୁଡି ମାର୍କିଙ୍ଗ୍ ଥିବା ଭୋଟରଙ୍କୁ ମଧ୍ୟ ଗାଡି ଆସି ଭୋଟ କେନ୍ଦ୍ରକୁ ନେବା ଆଣିବାର ବ୍ୟବସ୍ଥା କରିବେ । ତେବେ ପିଡବ୍ଲୁଡି ଆପରେ ଏନେଇ ୬ ଓ ୮ ଫର୍ମ ଜରିଆରେ ଆବେଦନ କରିହେବ । ସଂଶୋଧନ କରିବାକୁ ଚାହୁଁଥିଲେ କରି ହେବ ।