ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ

ନୂଆଦିଲ୍ଲୀ,୨୭/୧୦: ସିରିଆ ଉପରେ ଏୟାରଷ୍ଟ୍ରାଇକ କରିଛି ଆମେରିକା । ଗତ ସପ୍ତାହରେ ସିରିଆରେ ଥିବା ଆମେରିକା ସୈନ୍ୟ ଆଡ୍ଡା ଉପରେ ଉଭୟ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ ହୋଇଥିଲା । ଯାହାର ଜବାବ ଏବେ ଦେଇଛି ଆମେରିକା । ଆତ୍ମରକ୍ଷା ପାଇଁ ଏହି ଏୟାରଷ୍ଟ୍ରାଇକ କରାଯାଇଥିବା କହିଛି ଆମେରିକା । ସେହିଭଳି ସେନାର ସୁରକ୍ଷା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନେବାରେ ସଙ୍କୋଚ କରିବନି ଆମେରିକା । ଆମେରିକା ଏୟାରଷ୍ଟ୍ରାଇକ କରିଥିବା ଅଞ୍ଚଳରେ ଇରାନ ସମର୍ଥିତ ଆତଙ୍କବାଦୀ ଆଡ୍ଡା କରିଥିଲେ । ଯାହାକୁ ଏୟାରଷ୍ଟ୍ରାଇକ ଜରିଆରେ ଧ୍ୱଂସ କରିଛି ଆମେରିକା । ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଇରାନ ହମାସ ଆତଙ୍କବାଦୀ ସଙ୍ଗଠନକୁ ସମର୍ଥନ କରି ଆସୁଛି । ତେଣୁ ଇରାନ ସମର୍ଥିତ ଆତଙ୍କବାଦୀଙ୍କ ଉପରେ ଏୟାରଷ୍ଟ୍ରାଇକର ପ୍ରଭାବ ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ପ୍ରଭାବ ପଡିପାରେ ।