ହମାସ ଆତଙ୍କବାଦିଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କଲା ଇସ୍ରାଏଲ

ନୂଆଦିଲ୍ଲୀ,୨୭/୧୦:ଗାଜାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି ଇସ୍ରାଏଲ । ଗାଜା ଭିତରେ ପ୍ରବେଶ କରିବା ହମାସ ଆତଙ୍କବାଦିଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରିଛି ଇସ୍ରାଏଲ ସେନା । ଆମେରିକାର ବାରଣ ସତେ ଇସ୍ରାଏଲ ଗାଜାର ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି । ଯୁଦ୍ଧର ୨୦ ଦିନରେ ଏହି ପରି ଏକ ନିଷ୍ପତି ନେଇଛି ଇସ୍ରାଏଲ । ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନିତ୍ୟାନେହୁ ଗାଜାରେ ପ୍ରବେଶ କରିବା ନେଇ ଘୋଷଣା କରିବାର କିଛି ଘଂଟା ପରେ ଇସ୍ରାଏଲ ସେନା ଉତର ଗାଜାରେ ପ୍ରବେଶ କରିଛି । ଗାଜାରେ ସ୍ଥଳ ଅପରେସନ ବନ୍ଦ ରଖିବାକୁ ଆମେରିକାର ଇସ୍ରାଏଲର ଗ୍ରାଉଣ୍ଡ ପରାମର୍ଶ ଦେଇଥିଲା । ଯୁଦ୍ଧରେ ଆମେରିକା ଇସ୍ରାଏଲକୁ ସମର୍ଥନ କରୁଛି । ଏପରି ସ୍ଥିତିରେ ଇସ୍ରାଏଲକୁ ଯୁଦ୍ଧାସ୍ତ୍ର ମଧ୍ୟ ପଠାଉଛି ଆମେରିକା । ସେପଟେ ହମାସକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବାକୁ ନେଇ ଭାରତର ସହାୟତା ଲୋଡିଛି ଇସ୍ରାଏଲ ।