ରାଜଧାନୀରେ ପ୍ରବଳ ଭିଡ଼, ଅପରାହ୍ନ ପରେ ଗଡ଼ି ନପାରେ ମୋ ବସ୍ !

ଭୁବନେଶ୍ୱର,୨୩/୧୦: ମା’ ଙ୍କ ପୂଜା ପାଇଁ ରାଜଧାନୀରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହାରି ଭିତରେ ଅପରାହ୍ନ ୩ଟା ୩୦ରୁ ମୋ ବସ୍ ଚାଲିବ କି ନାହିଁ, ନିଷ୍ପତି ନେବେ କର୍ତୃପକ୍ଷ । ତେବେ ୩ଟା ୩୦ ଯାଏଁ ନିର୍ଦ୍ଧାରିତ ରୁଟରେ ସମୟ ଅନୁସାରେ ମୋ ବସ୍ ଚାଲିବ । ଏହାପରେ ସ୍ଥିତି ଦେଖି ନିଷ୍ପତି ନିଆଯିବ ବୋଲି କ୍ରୁଟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତକାଲି ମହାଷ୍ଟମୀ ଯୋଗୁ ରାଜଧାନୀ ରାସ୍ତାର ବିଭିନ୍ନ ସ୍ଥାନରେ ଅସମ୍ଭବ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । ରସୁଲଗଡ଼, ବାଣୀବିହାରରୁ ଶିଶୁ ଭବନ, ଜୟଦେବବିହାରରୁ ପଟିଆ, ବରମୁଣ୍ଡା, ଆଚାର୍ଯ୍ୟ ବିହାର ଆଦି ରାସ୍ତାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଆଜି ନବମୀ ଓ ଆସନ୍ତାକାଲି ଦଶମୀ ଥିବାରୁ ଆହୁରି ଅଧିକ ଭିଡ଼ ହୋଇପାରେ ।