ଗଭୀର ଅବପାତ ସାମୁଦ୍ରିକ ଝଡର ରୂପ ନେବ,ରାଜ୍ୟରେ ତିନିଦିନ ବର୍ଷା ସମ୍ଭାବନା!

ନୂଆଦିଲ୍ଲୀ,୨୩/୧୦: ବଙ୍ଗୋପସାଗରରେ ସକ୍ରିୟ ଥିବା ଗଭୀର ଅବପାତ ୧୮ ଘଣ୍ଟା ମଧ୍ୟରେ ସାମୁଦ୍ରିକ ଝଡର ରୂପ ନେଇପାରେ । ଏହା ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଆଡକୁ ଯିବ । ଏହି ବାତ୍ୟାର ନାମ ହମୁନ ରହିଛି । ଇରାନ ଏହି ବତ୍ୟାର ନାମକରଣ କରିଛି ।ତେବେ ଏହାର ପ୍ରଭାବ ଓଡିଶା ଉପରେ ବିଶେଷ ନାହଁ । କେବଳ ତିନି ଦିନ ରାଜ୍ୟରେ  ବର୍ଷା ହେବା ସମ୍ଭାବନା  ରହିିଛି। ଉପକୂଳ ଓଡିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ।