ପାଲେଷ୍ଟାଇନ -ଇସ୍ରାଇଏଲ ଯୁଦ୍ଧ, ୪୦ ଟନର ରିଲିଫ ସାମଗ୍ରୀ ସହ ମେଡିକାଲ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ,୨୨/୧୦: ପାଲେଷ୍ଟାଇନ -ଇସ୍ରାଇଏଲ ଯୁଦ୍ଧ ଭିତରେ ସହାୟତାର ହାତ ବଢ଼ାଇଲା ଭାରତ । ଇସ୍ରାଏଲର ଆକ୍ରମଣ ଯୋଗୁ ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ଲକ୍ଷ ଲକ୍ଷ ଲୋକ ଘର ଛାଡିଛନ୍ତି । ଲୋକେ ଖାଇବାକୁ ପାଉନଥିବା ବେଳେ ମେଡିକାଲ ସହାୟତା ମଧ୍ୟ ମିଳି ପାରୁନାହିଁ । ଏପରି ସ୍ଥିତିରେ ମାନବିକତା ଦୃଷ୍ଟି କୋଣରୁ ଭାରତ ରିଲିଫ ସାମଗ୍ରୀ ସହ ମେଡିକାଲ ସହାୟତା ପଠାଇଛି । ଆଜି ଉତ୍ତରପ୍ରଦେଶର ଗାଜିଆବାଦ ହିଣ୍ଡନ ଏୟାର ବେସରୁ ବାୟୁସେନାର ବିମାନ ଆଇଏଫ-ସି-୧୭ ରିଲିଫ ସାମ୍ରଗୀ ନେଇ ଇଜିପ୍ଟ ଅଭିମୁଖେ ଯାତ୍ରା କରିଛି । ମୋଟ ୬ ଦଶମିକ ୫ ଟନରେ ଔଷଧପତ୍ର ସହ ୩୨ ଟନର ରିଲିଫ ସାମଗ୍ରୀ ପଠାଇଛି ଭାରତ । ଇଜିପ୍ଟରେ ପହଞ୍ଚିବ ପରେ ସେଠାରୁ ସଡକ ପଥରେ ଗାଜା ପଠାଯିବ ।