ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ଛତର ଯାତ୍ରା,ହଜାର ହଜାର ଭକ୍ତଙ୍କ ସମାଗମ

ଭୁବନେଶ୍ୱର,୨୨/୧୦: କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଆଜି ଛତର ଯାତ୍ରା । ପାରମ୍ପରିକ ବାଦ୍ୟ ବଜେଇ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଛତରକୁ ଜେନା ଖାଲରୁ ପୀଠକୁ ପାଛୋଟି ଆଣୁଛନ୍ତି । ମା’ ମାଣିକେଶ୍ୱରୀଙ୍କ ଛତର ଦର୍ଶନ କରିବା ସହ ଆଶୀର୍ବାଦ ନେବାକୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଭିଡକୁ ଆଖିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡା ସୁର କ୍ଷାର ବନ୍ଦୋବସ୍ତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ମାଣିକେଶ୍ୱରୀ ମନ୍ଦିରରେ ପୋଢ ବଳି ଦେବା ପରେ ମାଙ୍କ ଛତରକୁ ଗୋପନରେ ଜେନା ଖାଲକୁ ନିଆଯାଇଥିଲା । ସେଠାରେ ଆଜି ଭୋରର ଗୁପ୍ତ ପୁଜା ଓ ବଳି ଦେବା ପରେ ବାଜାଗାଜା ସହ ମା’ ଭକ୍ତଙ୍କୁ ଦର୍ଶନ ଦେବାକୁ ବାହାରିଛନ୍ତି । ଛତର ଆଗରେ କଳାହାଣ୍ଡିର ପାରମ୍ପରିକ ବାଦ୍ୟ ଘୁମୁରା, ମାଦଳି ସହ ବହୁ ସାଂସ୍କୃତିକ ଦଳଙ୍କ ନୃତ୍ୟଗୀତରେ ମୁଖରିତ ହେଉଛି ସମଗ୍ର ଅଞ୍ଚଳ । ଭକ୍ତଙ୍କ ପ୍ରବଳ ଭିଡକୁ ଆଖିରେ ସୁରକ୍ଷା ଦାୟିତ୍ୱରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି ।