ମାତ୍ର ୫ ସେକେଣ୍ଡ ପୂର୍ବରୁ ଗଗନାଯାନ ମିସନ କ୍ରୁ ମଡ୍ୟୁଲ ପରୀକ୍ଷଣ ସ୍ଥଗିତ

ନୂଆଦିଲ୍ଲୀ,୨୧/୧୦: ମାତ୍ର ୫ ସେକେଣ୍ଡ ଓ କାଉଣ୍ଟଡାଉନ ଆରମ୍ଭ ହୋଇଥିଲା । କିନ୍ତୁ ହଠାତ୍ ଗଗନାଯାନ ମିସନ କ୍ରୁ ମଡ୍ୟୁଲ ପରୀକ୍ଷଣକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ବୈଷୟିକ ସମସ୍ୟା ଯୋଗୁଁ ପରୀକ୍ଷଣକୁ ସ୍ଥଗିତ କରାଯାଇଛି । ତେବେ ପରୀକ୍ଷଣ ହେବାକୁ ଥିବା ଟେଷ୍ଟ ଭେଇକିଲ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । କଣ ବୈଷୟିକ ସମସ୍ୟା ରହିଛି ତାହାର ନୀରିକ୍ଷଣ କରାଯିବ । ଏହାପରେ ଖୁବଶୀଘ୍ର ପୁଣିଥରେ ଏହାର ପରୀକ୍ଷଣ କରାଯିବ ବୋଲି କହିଛନ୍ତି ସୋମନାଥ ।ଚନ୍ଦ୍ର ଅବା ମହାକାଶକୁ ମଣିଷ ପଠାଇବାର ଭାରତ ଯେଉଁ ଯୋଜନା କରୁଛି ତାହା ଏହି ମିଶନ ଉପରେ ନିର୍ଭର କରୁଛି । ଗଗନଯାନ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ର ପରୀକ୍ଷା କରାଯିବ । ୮ ମିନିଟ ୮ ସେକେଣ୍ଡର ଏହି ପରୀକ୍ଷା ଆଜି ସକାଳ ୮ ଟାରେ ଆରମ୍ଭ ହୋଇଥାନ୍ତା ।