ରାପିଡ୍ଏକ୍ସ ଟ୍ରେନର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦/୧୦: ଦେଶକୁ ମିଳିଲା ପ୍ରଥମ ରାପିଡ୍ଏକ୍ସ ଟ୍ରେନ୍ । ଯାହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ୍ କରିଡରରେ ଗଡିବ । ଆଞ୍ଚଳିକ ଯୋଗାଯୋଗ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ରାପିଡଏକ୍ସ ଟ୍ରେନ୍ ‘ନମୋ ଭାରତ’ । ଦେଶରେ ଆଞ୍ଚଳିକ ଯୋଗାଯୋଗକୁ ଆହୁରି ମଜବୁତ କରିବା ପାଇଁ ଏହି ନୂତନ ଟ୍ରେନର ବ୍ୟବସ୍ଥା କରାଯାଇଛି । ଏହା ସେମି-ହାଇସ୍ପିଡ୍ ଓ ହାଇ ଫ୍ରିକ୍ୱେନ୍ସି ଯୁକ୍ତ ଏକ କମ୍ୟୁଟର ଟ୍ରାଞ୍ଜିଟ୍ ପ୍ରଣାଳୀ । ଦିଲ୍ଲୀ- ଗାଜିଆବାଦ-ମିରଟ ୮୨ କିଲୋମିଟର ଲମ୍ବା କରିଡରକୁ ୧ଘଣ୍ଟାରୁ କମ୍ ସମୟରେ ପୁରା କରିବ ନମୋ ଭାରତ ଟ୍ରେନ୍ । ଏହାଦ୍ୱାରା ସହର-ସହର ଭିତରେ ଯୋଗାଯୋଗ କମ୍ ସମୟରେ ହୋଇପାରିବ । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରେ ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ଆଗାମୀ ଦିନରେ ସାରା ଦେଶରେ ଗଡିବ ରାପିଡଏକ୍ସ ।