ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡିଶାର ପରବର୍ତ୍ତୀ ରାଜ୍ୟପାଳ

ନୂଆଦିଲ୍ଲୀ,୧୯/୧୦: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ହେବେ ଓଡିଶାର ପରବର୍ତ୍ତୀ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ମେ’ ମାସ ୩୦ ତାରିଖରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି । କାର୍ଯ୍ୟକାଳ ଶେଷ ହୋଇଥିଲେ ବି ଅଧିକ ୫ ମାସ ଧରି ଦାୟିତ୍ୱରେ ଅଛନ୍ତି ପ୍ରଫେସର ଗଣେଶୀ ଲାଲ । ଏବେ ସେ କାର୍ଯ୍ୟକାରୀ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏବେ ରଘୁବରଙ୍କ ନିଯୁକ୍ତି ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।