ବଢ଼ିଲା ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍

ଭୁବନେଶ୍ୱର, ୩୦/୧: ବଢ଼ିଲା ସରକାରୀ ମେଡିକାଲ କଲେଜ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ୍ । ମାସିକ ୨୦ ହଜାରରୁ ୨୮ ହଜାରକୁ ଷ୍ଟାଇପେଣ୍ଡ୍ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହା ଚଳିତ ମାସରୁ ୩ ବର୍ଷ ପାଇଁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।ଷ୍ଟାଇପେଣ୍ଡ ବୃଦ୍ଧି ନେଇ DMETଙ୍କୁ ଚିଠି ଲେଖିଛନ୍ତି ଉପ ସଚିବ । ଉଲ୍ଲେଖଯୋଗ୍ୟ ଯେ ଷ୍ଟାଇପେଣ୍ଡ୍ ବୃଦ୍ଧି ଦାବିରେ ଆନ୍ଦୋଳନର ଧମକ ଦେଇଥିଲେ ହାଉସ ସର୍ଜନ।