ଆସନ୍ତା ଶୁକ୍ରବାରଠାରୁ ୧ ନମ୍ବର ହାଟ ବନ୍ଦ, ମିଳିବନି ପରିବା

ଭୁବନେଶ୍ୱର,୧୮/୧୦: ଆସନ୍ତା ଶୁକ୍ରବାରଠାରୁ ରାଜଧାନୀର ୧ ନମ୍ବର ହାଟରେ ପରିବା ବିକ୍ରି ବନ୍ଦ କରିବ ବ୍ୟବସାୟୀ ସଂଘ । ଶୁକ୍ରବାରଠାରୁ ବନ୍ଦ ଡାକରା ଦେଇଛି ଭୁବନେଶ୍ୱର ପରିବା ବ୍ୟବସାୟୀ ସଂଘ । ଏହା ପୂର୍ବରୁ ହାଟରେ ଡାକବାଜ ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି । ରାସ୍ତାରେ ଜବର ଦଖଲ ଉଚ୍ଛେଦ ଭଳି ୧୧ ଦଫା ଦାବି ନେଇ ସଂଘ ପକ୍ଷରୁ ହାଟ ବନ୍ଦ ଡାକରା ଦିଆଯାଇଛି । ପାର୍ବଣ ବେଳେ ଏହି ବନ୍ଦ ଡାକରା ଲୋକଙ୍କୁ ଚିନ୍ତାରେ ପକାଇଛି । ସଂଘ ଅଭିଯୋଗ କରିଛି, ପରିବା ଆସିବା ପାଇଁ ୨ଟି ମୁଖ୍ୟ ବାଟ ରହିଛି । ହେଲେ ପୂଜା ପାଇଁ ତୋରଣ ବନ୍ଧା ହୋଇଥିବାରୁ ଗୋଟିଏ ଗଳିରେ ପରିବା ହାଟକୁ ଗାଡି ଆସିପାରୁନାହିଁ । ଏହା ସହ କିଛି ବେଆଇନ ଦୋକାନ ରାସ୍ତାକୁ ମାଡ଼ି ଦୋକାନ ନିର୍ମାଣ କରିଛନ୍ତି । ସେହିପରି ବସ୍ତି ବାସିନ୍ଦା ବିରୋଧ କରୁଥିବାରୁ ଅନ୍ୟ ଏକ ରାସ୍ତା ପଟେ ପରିବା ଆସିପାରୁନଥିବା ସଂଘ ଅଭିଯୋଗ କରିଛି ।