ଲେବାନନ୍ ଉପରେ ଇସ୍ରାଏଲର ବୋମା ବର୍ଷଣ

ନୂଆଦିଲ୍ଲୀ,୧୭/୧୦: ଲେବାନନ୍ ଉପରେ ବୋମା ବର୍ଷଣ କରିଚାଲିଛି ଇସ୍ରାଏଲ । ସେଠାରେ ଥିବା ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍ଲାହକୁ ଟାର୍ଗେଟ କରିଛି ଇସ୍ରାଏଲ ସେନା । ସୂଚନା ମୁତାବକ, ଅକ୍ଟୋବର ୭ ତାରିଖରେ ଯେତେବେଳେ ହମାସ୍ ଅଚାନକ ଇସ୍ରାଏଲ ଉପରେ ଆକ୍ରମଣ କଲା ସେ ସମୟରେ ଏହି ଯୁଦ୍ଧାର ସୁଯୋଗ ନେଇଥିଲା ହିଜବୁଲ୍ଲାହ । ଏହାସହ ନିଜ ଆଡୁ ଇସ୍ରାଏଲ ଉପରେ ସୀମାରୁ ଆକ୍ରମଣ କରିଥିଲା, ଯେଉଁଥିରେ ୨ଜଣ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ସେ ସମୟରେ କିନ୍ତୁ ହମାସ୍ ଉପରେ ଟାର୍ଗେଟ କରିଥିବାରୁ ଲେବାନନକୁ ଗୁରୁତ୍ୱ ଦେଇନଥିଲା ଇସ୍ରାଏଲ । ଏବେ ଗାଜା ଉପରେ ଆକ୍ରମଣରେ ସାମାନ୍ୟ କୋହଳ କରିଥିବାବେଳେ ଲେବାନନର ହିଜବୁଲ୍ଲାହ ଠିକଣା ଉପରେ ଘନ ଘନ ଆକ୍ରମଣ ଆରମ୍ଭ କରିଛି ଇସ୍ରାଏଲ ।