ହମାସ୍ ଆକ୍ରମଣରେ ଇସ୍ରାଏଲରେ ୨ ଭାରତୀୟ ମହିଳା ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୬/୧୦: ଇସ୍ରାଏଲ ସୁକ୍ୟୁରିଟି ଫୋର୍ସେସରେ ମୁତୟନ ଥିବା ଦୁଇ ଭାରତୀୟ ମହିଳା ସୈନିକଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣ ହମାସ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ଜଣେ ଲେଫ୍ଟେନାଣ୍ଟ ଓର ମୋସେସ୍ ଯିଏ ହୋମ ଫ୍ରଣ୍ଟ କମାଣ୍ଡରେ କାର୍ଯ୍ୟର ଥିଲେ ଏବଂ ଦ୍ୱିତୀୟ ମହିଳା ସୈନିକ ବର୍ଡର ପୁଲିସରେ କାର୍ଯ୍ୟରତ ଥିଲେ । ଦୁହିଁଙ୍କର ମୃତ୍ୟୁ ଅକ୍ଟୋବର ୭ ତାରିଖରେ ହୋଇଥିବା ହମାସ୍ ଅ୍ରାକ୍ରମଣରେ ହୋଇଥିବା ସ୍ପଷ୍ଟ ହୋଇଛି । ସୂଚନା ମୁତାବକ, ହମାସ୍ ଆକ୍ରମଣରେ ଏଯାଏଁ ଇସ୍ରାଏଲର ୨୮୬ ସୈନିକ ଏବଂ ୫୧ ପୁଲିସ ଅଧିକାରୀ ପ୍ରାଣ ହରାଇସାରିଲେଣି ।