ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ଶୁଭେଚ୍ଛା ପାଇଁ ନବୀନ ନିବାସ ନ ଆସିବାକୁ କଲେ ଅନୁରୋଧ

ଭୁବନେଶ୍ୱର,୧୫/୧୦: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଚଳିତ ବର୍ଷ ନିଜ ଜନ୍ମଦିନ ପାଳନ କରିବେ ନାହିଁ ବୋଲି କହିଛନ୍ତି । ଗତମାସରେ ତାଙ୍କର ବଡ ଭଉଣୀ ଗୀତା ମେହେଟ୍ଟାଙ୍କର ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ନିଜର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ତେଣୁ କେହି ପ୍ରଶଂସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଅନୁରୋଧ କରିଛନ୍ତି ।ସୂଚନା ଥାଉକି ପ୍ରସିଦ୍ଧ ଲେଖିକା ତଥା ବିଜୁ ପଟ୍ଟନାୟକଙ୍କ କନ୍ୟା ଗୀତା ମେହେଟ୍ଟାଙ୍କର ଚଳିତବର୍ଷ ସେପ୍ଟେ୍ମ୍ବର ୧୭ ତାରିଖରେ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଥିଲା ।