କଣ୍ଟେନର ସହ ମିନି ଭ୍ୟାନ ଧକ୍କା, ୧୨ ମୃତ

ନୂଆଦିଲ୍ଲୀ,୧୫/୧୦: କଣ୍ଟେନର ସହ ମିନି ଭ୍ୟାନ ଧକ୍କାରେ ୧୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାସହ ୨୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇଠୁ ୩୫୦କିମି ଦୂର ବୈଜାପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରୀମାନଙ୍କୁ ନେଇ ମିନି ଭ୍ୟାନଟି ଶୈଲାନୀ ବାବା ପୀଠକୁ ଯାଉଥିବା ସମୟରେ ରାସ୍ତାରେ ଅଟକି ରହିଥିବା କଣ୍ଟେନରକୁ ଧକ୍କା ଦେଇଥିଲା ।  ୧୨ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ପକ୍ଷରୁ ଦୁର୍ଘଟଣାସ୍ଥଳରୁ ୨୩ ତୀର୍ଥଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।