ଗାଜାର ଥିବା ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୩/୧୦: ହମାସର ଆକ୍ରମଣ ପରେ ପ୍ରତିଶୋଧ ନେଉଛି ଇସ୍ରାଏଲ । ଗାଜାରେ ଥିବା ହମାସ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରି ମିସାଇଲ ମାଡ କରୁଛି ଇସ୍ରାଇଲ ସେନା । ଏହାରି ଭିତରେ ବିଶେଷକରି ଆତଙ୍କବାଦୀ ଲୁଚିଥିବା ଉତ୍ତର ଗାଜାର ଥିବା ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛି ଇସ୍ରାଏଲ । ୨୪ ଘଂଟା ମଧ୍ୟରେ ଘର ଛାଡିବାକୁ ଇସ୍ରାଏଲ ନିର୍ଦ୍ଦେଶ ଦେଇଥିବା ନେଇ ଜାତିସଂଘ ପକ୍ଷରୁ ଶୁକ୍ରବାର କୁହାଯାଇଛି ।

ସୂଚନାଯୋଗ୍ୟ ଯେ ପାଲେଷ୍ଟାଇନର ଗାଜା ସହରକୁ ମାନଚିତ୍ରରୁ ଲିଭାଇ ଦେବାକୁ ଯୋଜନା ପ୍ରସ୍ତୁତ କରିଛି ଇସ୍ରାଏଲ । ଏବେ ବନ୍ଧକ ଥିବା ଇସ୍ରାଏଲ ନାଗରିକ ଏବଂ ଯବାନଙ୍କୁ ଉଦ୍ଧାର କରୁଛି ଇସ୍ରାଏଲ ସେନା । ହମାସ କବଜାରେ ଥିବା ୫୦ରୁ ଅଧିକ ପଣପନ୍ଦୀଙ୍କୁ ଉଦ୍ଧାର କରିଛନ୍ତି ଇସ୍ରାଇଲ ଯବାନ ।