ଦୁର୍ନୀତିଗ୍ରସ୍ତ ଓ ଅପାରଗତା କାରଣରୁ ଚାକିରିରୁ ବିଦାହେଲେ ଆଉ ୯ ଅଧିକାରୀ

ଭୁବନେଶ୍ୱର, ୨୯/୧: ସରକାରୀ ଚାକିରିରୁ ବିଦାହେଲେ ଆଉ ୯ ଅଧିକାରୀ । ଦୁର୍ନୀତିଗ୍ରସ୍ତ ଓ ଅପାରଗତା କାରଣରୁ ୯ ଜଣଙ୍କୁ ବିଦା କରିଛନ୍ତି ରାଜ୍ୟ ସରକାର । ଦୁର୍ନୀତି ପାଇଁ ୭, ଅପାରଗତା ପାଇଁ ୨ଅଧିକାରୀଙ୍କୁ ବିଦା କରିଛନ୍ତି ସରକାର । ଖଣି, ଶ୍ରମ, ଜଙ୍ଗଲ ଓ ଜନସ୍ବାସ୍ଥ୍ୟ ବିଭାଗର ୯ ଅଧିକାରୀ ବିଦା ହୋଇଛନ୍ତି।

ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ, ଶ୍ରମ ବିଭାଗର ଜଣେ ଯୁଗ୍ମ କମିସନର ବିଦା ହୋଇଛନ୍ତି। ଉପନିର୍ଦ୍ଦେଶକ ମଦନମୋହନ ମିଶ୍ରଙ୍କ ନାଁରେ ଦୁର୍ନୀତି ପ୍ରମାଣିତ ହେବା ବେଳେ  ମଦନମୋହନଙ୍କ ନାମରେ ୯ଟି ଭିଜିଲାନ୍ସ ମାମଲା ରହିଛି।ବିଦା ହେଲେ ଖଣି ଅଧିକାରୀ ରମେଶ ଚନ୍ଦ୍ର ମହାଲିକ । ରମେଶଙ୍କ ନାଁରେ ରହିଛି ୪ଟି ଭିଜିଲାନ୍ସ ମାମଲା ରହିଛି।