ଜି୨୦ ସଂସଦୀୟ ବାଚସ୍ପତିଙ୍କ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୂଆଦିଲ୍ଲୀ,୧୩/୧୦: ଦିଲ୍ଲୀ ସ୍ଥିତ ‘ଯଶୋଭୂମି ସମ୍ମଳନୀ କେନ୍ଦ୍ର’ରେ ୯ମ ‘ଜି୨୦’ ସଂସଦୀୟ ବାଚସ୍ପତିଙ୍କ ଶିଖର ସମ୍ମିଳନୀ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଶାନ୍ତି ଓ ଭ୍ରାତୃତ୍ବ ଲାଗି ସମୟ ଉପସ୍ଥିତ ହୋଇଛି । ଏହା ହେଉଛି ସମସ୍ତଙ୍କର ବିକାଶର ସମୟ, ଶାନ୍ତି, ଭ୍ରାତୃତ୍ବ ଓ ଏକତ୍ର ଅଗ୍ରସର ହେବାର ସମୟ।

ଆତଙ୍କବାଦ ଓ ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧକୁ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଲେ, ସମ୍ପ୍ରତି ବିଶ୍ବ ସମ୍ମୁଖୀନ ହେଉଥିବା ଯୁଦ୍ଧ ଓ ସଂଘର୍ଷ କାହାକୁ ଉପକୃତ କରୁନାହିଁ। ବିଭାଜିତ ବିଶ୍ବ ମାନବତା ସମ୍ମୁଖରେ ଥିବା ଆହ୍ବାନର ସମାଧାନ କରିପାରେ ନାହିଁ।