ସିରିୟାର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଇସ୍ରାଏଲ ଆକ୍ରମଣ

ନୂଆଦିଲ୍ଲୀ,୧୩/୧୦: ସିରିୟାର ୨ଟି ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ଆଜି ଇସ୍ରାଏଲ ଆକ୍ରମଣ କରିଛି। ସିରିୟାର ଡାମାସ୍କସ୍‌ ଏବଂ ଆଲେପ୍ପୋରେ ଥିବା ୨ଟି ପ୍ରମୁଖ ବିମାନବନ୍ଦରରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼ କରିଛି। ଇସ୍ରାଏଲ ବାୟୁସେନାର ୪ଟି ବୋମାବର୍ଷୀ ବିମାନ ଉଭୟ ବିମାନବନ୍ଦର ଉପରେ ଏକକାଳୀନ ଆକ୍ରମଣ କରିଛି। ସିରିୟା ବିମାନବନ୍ଦରରେ ଇସ୍ରାଏଲ ବିମାନ ଆକ୍ରମଣ କରି ରନ୍‌ୱେକୁ ଛାରଖାର କରିଦେଇଛି। ଇସ୍ରାଏଲ ଚ୍ୟାନେଲ ୧୨ ପକ୍ଷରୁ ମଧ୍ୟ ଆକ୍ରମଣର ଭିଡିଓ ଜାରି ହୋଇଛି। ଇସ୍ରାଏଲ୍‌ ଗାଜାରେ କରୁଥିବା ଅପରାଧ ଉପରୁ ନଜର ହଟାଇବା ପାଇଁ ଏଭଳି ଆକ୍ରମଣ କରୁଛି ବୋଲି ସିରିୟା ଦାବି କରିଛି। ଇରାନର ଏକ ବିମାନ ଏହି ସମୟରେ ସିରିୟାରେ ପହଞ୍ଚିବାର ଥିବାବେଳେ ଇସ୍ରାଏଲ ଏହି ଆକ୍ରମଣ କରିଛି। ସିରିୟା ସୀମାରୁ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣର ଜବାବ ଦେଇ ଏହି କାର୍ୟ୍ୟାନୁଷ୍ଠାନ ହୋଇଥିବା ସୂଚନା ରହିଛି।