ବିହାର ଟ୍ରେନ ଟ୍ରାଜେଡି: ଲୋକ ପାଇଲଟଙ୍କ ବଡ଼ ବୟାନ, କହିଲେ ଶୁଭିଥିଲା ଭୟଙ୍କର ବିସ୍ପୋରଣର ଶବ୍ଦ

ନୂଆଦିଲ୍ଲୀ,୧୨/୧୦: ବିହାରର ବକ୍ସର ଜିଲ୍ଲାରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ଭୟଙ୍କର ଥିଲା । ଦିଲ୍ଲୀରୁ ଗୌହାଟୀ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସର ୨୧ଟି ବଗି ଲାଇନଚ୍ୟୁତ ହେବା ପରେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଏହାରି ଭିତରେ ଏହି ଦୁର୍ଘଟଣାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଲୋକୋ ପାଇଲଟଙ୍କ ସୂଚନା ମୁତାବକ, ଟ୍ରେନ୍ ଟ୍ରାକରୁ ଲାଇନଚ୍ୟୁତ୍ ହେବା ସମୟରେ ସେ ଏକ ଭୟଙ୍କର ବିସ୍ଫୋରଣର ଶବ୍ଦ ଶୁଣିଥିଲେ । ତେଣୁ ଏହି ଦୁର୍ଘଟଣା ପଛରେ କାହାର ଷଡଯନ୍ତ୍ର ଥାଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି ।

ସୂଚନାଯୋଗ୍ୟ ଯେ ୨୧ଟି ବଗି ଲାଇନଚ୍ୟୁତ ହେବା ପରେ ୪ଜଣଙ୍କର ମୃତ୍ୟୁ ଘଟିବା ସହ ୧୦୦ରୁ ଅଧିକ ଲୋକ ଆହତ ହେଇଥିଲେ । ତେବେ ଦୁର୍ଘଟଣାର କିଛି ସମୟ ଭିତରେ ହିଁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହେଇଯାଇଥିଲା ।