ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୧୦: ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମାଲକାନଗିରି ମୋ ପାଇଁ ବହୁତ ପ୍ରିୟ ବୋଲି ସେ କହିଛନ୍ତି । ମାଲକାନଗିରି ଓଡିଶା ବିକାଶର ଲଞ୍ଚିଂ ପ୍ୟାଡ୍ । ମାଲକାନଗିରିରୁ ହିଁ ଟଙ୍କିକିଆ ଚାଉଳ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲି । ଆଜି ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛି । ଖାଲି ସେତିକି ନୁହେଁ ଏହା ମଧ୍ୟ କହିଛନ୍ତି ଯେ ମାଆ ମାନଙ୍କ ପାଇଁ ବିଏସକେୱାଇରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା ପାଇଁ ମାଲକାନଗିରିରୁ ହିଁ ପ୍ରସ୍ତାବ ଆସିଥିଲା । ଆମର ଏହି ଲକ୍ଷ୍ମୀ ଯୋଜନାର ସମ୍ପର୍କ ମଧ୍ୟ ମାଲକାନଗିରି ସହ ରହିଛି । ସିଏମଓର ମାଲକାନଗିରି ଭିଜିଟରୁ ମୁଁ ଆପଣଙ୍କ ଅସୁବିଧା ବିଷୟରେ ଜାଣିଲି । ତା ପରେ ଆସିଲା ଆମର ଏହି ଲକ୍ଷ୍ମୀ ଯୋଜନା । ଏହି ଯୋଜନା ଆମର ସାଧାରଣ ପରିବହନ ବ୍ୟବସ୍ଥାରେ ରୂପାନ୍ତରଣ ଆଣିବ । ଆମର ଅର୍ଥନୀତିକୁ ଆହୁରି ମଜଭୁତ କରିବ । ଗାଁ ଗାଁରେ ସମୃଦ୍ଧି ଆଣିବ ବୋଲି ନବୀନ କହିଛନ୍ତି ।