ଭାରତୀୟ କ୍ରୀଡାବିତଙ୍କ ସଫଳତା ଦେଶବାସୀଙ୍କ ପାଇଁ ଗୌରବ ଆଣିଛି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦/୧୦: ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ଦିଲ୍ଲୀ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଆୟୋଜିତ କାର୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡାବିତ ମାନଙ୍କୁ ସମ୍ବୋଧିତ କରିଛନ୍ତି । ଭାରତୀୟ କ୍ରୀଡାବିତଙ୍କ ସଫଳତା ଦେଶବାସୀଙ୍କ ପାଇଁ ଗୌରବ ଆଣିଛି । ଏସିଆନ ଗେମ୍ସର ଅଧିକାଂଶ ବିଭାଗରେ ଆମ ଖେଳାଳି ଉତମ ପ୍ରଦର୍ଶନ କରିବା ସହ ମେଡାଲ ଆଣିଛନ୍ତି ।

ପ୍ରଥମ ଥର ଲାଗି ଭାରତ ଏସୀୟ କ୍ରୀଡାରେ ୧୦୦ରୁ ଅଧିକ ମେଡାଲ ଜିତିଥିବା ବେଳେ ଭାରତୀୟ କ୍ରୀଡାବିତ ମାନେ ଶ୍ରେଷ୍ଠତାର ପରିଚୟ ଦେଇଛନ୍ତି । ଆଗକୁ ପ୍ୟାରିସ ଅଲମ୍ପିକ୍ସରେ ମଧ୍ୟ ଏହି ସଫଳତା ବଜାୟ ରହିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ଏସିଆନ ଗେମ୍ସରେ ଭାରତ ମୋଟ ୧୦୭ ପଦକ ହାସଲ କରି ନୂଆ ରେକର୍ଡ କରିଛି ।