ସୋପିଆନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ,୧୦/୧୦: ଜମ୍ମୁକଶ୍ମୀରର ସୋପିଆନ ଆଲିସିପୋରାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ନିକଟସ୍ଥ ଜଙ୍ଗଲରେ ଅଧିକ ଆତଙ୍କବାଦୀ ଲୁଚି ରହିବାର ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଚାଲିଛି। ମିଳିତ ଅପରେସନ ସମୟରେ ସେନା ଏବଂ ପୁଲିସ ବାହିନୀର ଗୁଳିରେ ଏହି ଆତଙ୍କବାଦୀଙ୍କ ଜୀବନ ଯାଇଛି | ଜମ୍ମୁକଶ୍ମୀର ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୋମବାର ବିଳମ୍ବିତ ରାତିରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହାପୂର୍ବରୁ ଅକ୍ଟୋବର ୪ରେ ସୁରକ୍ଷା ବାହିନୀ ଦୁଇଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ଏହି ଆତଙ୍କବାଦୀମାନେ କୁଲଗାମର ହୋଇଥିବାବେଳେ ଏହି ଏନକାଉଣ୍ଟରରେ ନିହତ ହୋଇଥିବା ଦୁଇ ଆତଙ୍କବାଦୀଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି।