ହସ୍ପିଟାଲରେ ଭର୍ତ୍ତି ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୦/୧୦: ଭାରତକୁ ବଡ଼ ଝଟକା । ଭାରତର ଷ୍ଟାର ବ୍ୟାଟର ଶୁଭମନ ଗିଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଡେଙ୍ଗୁରେ ପୀଡିତ ଥିବା ଶୁଭମନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଖେଳିବେ ନାହିଁ । ଏବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଖେଳିବେ କି ନାହିଁ ତାହାକୁ ନେଇ ମଧ୍ୟ ସନ୍ଦେହ ରହିଛି । ଏହାପୂର୍ବରୁ ଡେଙ୍ଗୁରେ ପୀଡିତ ଥିବା କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳିବାରୁ ବଞ୍ଚିତ ହୋଇଥିଲେ ଶୁଭମନ । ଡେଙ୍ଗୁ କାରଣରୁ ଶୁଭମନଙ୍କୁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁଭମନଙ୍କ ପ୍ଲେଟଲେଟ କାଉଣ୍ଟ କମିଥିବା ସୂଚନା ମିଳିଛି । ବିସିସିଆଇର ମେଡିକାଲ ଟିମ୍ ଶୁଭମନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଶୁଭମନଙ୍କୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏହାପୂର୍ବରୁ ଶୁଭମନ ଡେଙ୍ଗୁରେ ପୀଡିତ ଥିବା କାରଣରୁ ତାଙ୍କ ସ୍ଥାନରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଇଶାନ କିଷାନ ଓପନିଂ କରିଥିଲେ ।