ବାଜିଲା ବିଗୁଲ, ୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ

ନୂଆଦିଲ୍ଲୀ, ୯/୧୦: ବାଜିଲା ବିଗୁଲ। ୫ ରାଜ୍ୟ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ । ମଧ୍ୟପ୍ରଦେଶ ସହିତ ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସୂଚନା ମୁତାବକ, କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଅନ୍ୟ ୪ଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମିଜୋରାମ ନଭେମ୍ବର ୭, ମଧ୍ୟପ୍ରଦେଶ  ନଭେମ୍ବର ୧୭, ରାଜସ୍ଥାନ ନଭେମ୍ବର ୨୩, ତେଲେଙ୍ଗାନା  ନଭେମ୍ବର ୩୦ ଓ
ଛତିଶଗଡ ନଭେମ୍ବର ୭ ଓ୧୭ ରେ ମତଦାନ ହେବ। ସମସ୍ତ ରାଜ୍ୟର ଭୋଟ୍ ଫଳାଫଳ  ଡିସେମ୍ବର ୩ରେ ପ୍ରକାଶ ପାଇବ।

ନିର୍ବାଚନ ହେବାକୁ ଥିବା ୫ ରାଜ୍ୟରେ ମୋଟ ୬୭୯ ବିଧାନସଭା ସିଟ୍ ରହିଛି । ଯେଉଁଠି ୧୬.୧୪ କୋଟି ଲୋକ ନିଜର ସରକାର ନିର୍ଦ୍ଧାରଣ କରିବେ । ଏହି ୫ଟି ରାଜ୍ୟରେ ମୋଟ ୮.୨ କୋଟି ପୁରୁଷ ଭୋଟର ଥିବାବେଳେ, ୭.୮ କୋଟି ମହିଳା ଭୋଟର ଅଛନ୍ତି । ତେବେ ଏଥର ନିର୍ବାଚନରେ ୬୦.୨ ଲକ୍ଷ ନୂଆ ଭୋଟର ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ।