ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯/୧୦: ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଜଳଯୋଗାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେ କହିଛନ୍ତି ଯେ ଭଲ ପିଇବା ପାଣି ଯୋଗାଇବା ଆମର ଲକ୍ଷ୍ୟ । ୫ଟି ସହର ପାଇଁ ପ୍ରକଳ୍ପ ଉଦଘାଟନ କରି ମୁଁ ବହୁତ ଖୁସି । ସେହି ୫ଟି ସହର ହେଲା ନିମାପଡା, ଚମ୍ପୁଆ, ରାଇରଙ୍ଗପୁର, ରାଜଗାଙ୍ଗପୁର ଓ ବୀରମିତ୍ରପୁର । ଏହା ଦ୍ୱାରା ୩୦ହଜାର ପରିବାର ଉପକୃତ ହେବେ । ଦେଶର ପ୍ରଥମ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ରାଜ୍ୟ ହେଉଛି ଓଡିଶା । ୧୩ଟି ସହରର ୧୪୯ ୱାର୍ଡରେ ଏହି ମାଧ୍ୟମରେ ୨୪ଘଣ୍ଟିଆ ସୁବିଧା ମିଳୁଛି ।