ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ୨୮ ମୃତଦେହ ସତ୍କାର କରିବ ବିଏମସି

ଭୁବନେଶ୍ୱର,୮/୧୦:  ବାହାନଗା ରେଳ ଦୁର୍ଘଟଣାରେ ଚିହ୍ନଟ ହୋଇନଥିବା ୨୮ ମୃତଦେହ ସତ୍କାର ହେବ। ସିବିଆଇ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ବିଏମସିକୁ ହସ୍ତାନ୍ତର କରାଯିବ। ଏହାପରେ ଭରତପୁର ଏବଂ ସତ୍ୟନଗର ଶ୍ମଶାନରେ ମୃତଦେହ ସଂସ୍କାର ହେବ ବୋଲି ସୂଚନା ଦେଇଛନ୍ତି ବିଏମସି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଯେ, ଆସନ୍ତାକାଲି କିମ୍ବା ପରଦିନ ସତ୍କାର ପାଇଁ ବିଏମସି ପ୍ରସ୍ତୁତ ହେଉଛି। ମୃତଦେହ ସଂସ୍କାର ପ୍ରକ୍ରିୟାର ଭିଡ଼ିଓଗ୍ରାଫି କରାଯିବ। ଏହାସହ ବିଏମସି ତରଫରୁ ମଧ୍ୟ ଶବ ବୁହା ଗାଡି ଯୋଗାଇ ଦିଆଯିବ ବୋଲି ମେୟର କହିଛନ୍ତି ।ସୂଚନାଯୋଗ୍ୟ ଯେ, ଡିଏନଏ ଟେଷ୍ଟ ପରେ ମଧ୍ୟ କିଛି ମୃତଦେହ ଚିହ୍ନଟ ହୋଇ ନ ପାରିବାରୁ ଭୁବନେଶ୍ଵର ଏମ୍ସରେରେ ଏହି ୨୮ଟି ମର ଶରୀର ପଡିରହିଛି ।