ପଶ୍ଚିମ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପରେ ୨୦୦୦ ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୮/୧୦: ପଶ୍ଚିମ ଆଫଗାନିସ୍ତାନରେ ବଡ ଧରଣର ଭୂମିକମ୍ପରେ ଏଯାଏଁ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲାଣି । ସେହିପରି ଅନେକ ଗୁରୁତର ଆହତ ହୋଇଛନ୍ତି ।ଏହାସହ ହଜାର ହଜାର ସଂଖ୍ୟାରେ ଲୋକ ବାସହୀନ ହୋଇପଡିଛନ୍ତି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ରେକର୍ଡ କରାଯାଇଥିଲା ।ଭୂମିକମ୍ପରେ ହେରାତ ସହରର ପାଖାପାଖି ୪୦ କିଲୋମିଟର ଦୂରତା ଭିତରେ ଥିବା ୬ଟି ଗାଁଁ ଧ୍ୱଂସ ହୋଇଛି । ଶହଶହ କୋଠା ମାଟିରେ ମିଶିଛି । ଏବେବି ଅନେକ ଲୋକ ମାଟି ତଳେ ପୋତି ହୋଇରହିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।