ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋର ହେବ ଶିଳାନ୍ୟାସ

ନୂଆଦିଲ୍ଲୀ, ୮/୧୦: ନୂଆବର୍ଷରେ ଭୁବନେଶ୍ୱର ମେଟ୍ରୋର ଶିଳାନ୍ୟାସ ହେବ । ଜାନୁଆରୀ ପହିଲାରେ ଏଥିପାଇଁ ଶୁଭ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ମୋଟ୍ ୨୬ କିଲୋମିଟର ପର୍ଯ୍ୟନ୍ତ ଚାଲିବ । ପ୍ରକଳ୍ପର ସମୀକ୍ଷା କରି ୫ ହଜାର ୯୨୯କୋଟିର ଡିପିଆରକୁ ମଂଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ମେଟ୍ରୋ ପ୍ରକଳ୍ପରେ ୨୬ କିଲୋମିଟର ରାସ୍ତାରେ ୨୦ଟି ଷ୍ଟେସନ୍ ରହିବ । ମେଟ୍ରୋ ଟ୍ରେନ୍ ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିକଟରୁ ବାହାରି କଟକର ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଚଳାଚଳି କରିବ ।