ପୁରୀରେ ପୂର୍ବତନ RIଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର, ୨୯/୧: ପୁରୀରେ ପୂର୍ବତନ RI ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାସଭବନ ଓ ଅଫିସ୍‌ ସମେତ ୯ଟି ସ୍ଥାନରେ ଚଢ଼ାଉ ଜାରି ହୋଇଛି । ଫ୍ରେଣ୍ଡ୍‌ସ କ୍ଲବରେ ୨ଟି ଘର, ପେଣ୍ଠକଟାରେ ଗୋଟିଏ ଘର, ବାଲିଘାଟରେ ସମ୍ପର୍କୀୟଙ୍କ ଘର, କେନ୍ଦ୍ରାପଡ଼ାରେ ପୈତୃକ ଘରେ ଚଢ଼ାଉ ହୋଇଛି । ତାଙ୍କ ନାମରେ ବେଆଇନ ଭାବେ ଜମି କିସମ ପରିବର୍ତ୍ତନ ଅଭିଯୋଗ ହୋଇଥିଲା । କୋଟି କୋଟି ଟଙ୍କାର ଜମି କାଗଜପତ୍ର ଓ ଏକାଧିକ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଠାବ ହୋଇଛି । ଚଢ଼ାଉ ବେଳେ ନାଳକୁ ଫୋପଡ଼ା ହୋଇଥିବା କାଗଜପତ୍ର ବି ଜବତ ହୋଇଥିବା ସୂଚନା ରହିଛି।