ବାଣ ବିସ୍ଫୋରଣରେ ୧୩ ଜୀବନ୍ତ ଦଗ୍ଧ, ୭ଆହତ

ନୂଆଦିଲ୍ଲୀ,୮/୧୦:  କର୍ଣ୍ଣାଟକ-ତାମିଲନାଡୁ ସୀମାନ୍ତ ଅଞ୍ଚଳ ନିକଟ ଅତ୍ତିବେଲେସ୍ଥିତ ଏକ ଗୋଦାମରେ ବାଣ ରଖାଯାଉଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଥିଲା। ଯାହାଫଳରେ ୧୩ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇ ମରିଥିବା ବେଳେ ଆଉ ୭ଜଣ ଆହତ ହୋଇଛନ୍ତି।  ଆହତକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଜଣକ ଅବସ୍ଥା ବହୁତୁ ଗୁରୁତର ରହିଛି। ସୂଚନାଯୋଗ୍ୟ ଯେ ସେଠାରେ ୨୦ ଜଣ କାମ କରୁଥିଲେ ୨ଜଣ ହସ୍ପିଟାଲ ରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଉଛି।