ଶେଷ ପର୍ଯ୍ୟାୟରେ ଗଗନଯାନ ମିଶନର ପ୍ରସ୍ତୁତି

ନୂଆଦିଲ୍ଲୀ, ୭/୧୦: ଗଗନଯାନ ମିଶନର ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନେଇ ଇସ୍ରୋ ପକ୍ଷରୁ କିଛି ଫଟୋ ପୋଷ୍ଟ କରାଯାଇ ସୂଚନା ଦିଆଯାଇଛି । ଅକ୍ଟୋବର ମାସ ଶେଷରେ ସୁଦ୍ଧା ମାନବବିହୀନ ପରୀକ୍ଷଣ କରାଯିବ । ପରୀକ୍ଷଣରେ ଟିବି-ଡି-ୱାନକୁ ପଠାଯିବ ।  ଚନ୍ଦ୍ରଯାନର ୩ର ସଫଳତା ପରେ ଆରମ୍ଭ ଗଗନଯାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଦେଶର ପ୍ରଥମ ମିଶନ ଭାବେ ଗଗନଯାନ ମିଶନରେ ମହାକାଶକୁ ରୋବଟ ପଠାଇବାକୁ ଯୋଜନା କରୁଛି ଇସ୍ରୋ । ତିନୋଟି ପର୍ଯ୍ୟାୟରେ ମିଶନକୁ ସଫଳ କରିବାକୁ ଲକ୍ଷ୍ୟ ରଖାଯାଇଛି ।