ଯୁଦ୍ଧକାଳୀନ୍ ସ୍ଥିତି ଘୋଷଣା କଲା ଇସ୍ରାଏଲ, ଗାଜା ପଟିରୁ ଲଗାତାର ୫୦୦୦ ରକେଟ୍ ମାଡ

ନୂଆଦିଲ୍ଲୀ,୭/୧୦: ପାଲେଷ୍ଟାଇନ୍ ଗାଜା ପଟିରୁ ଲଗାତାର ୫୦୦୦ ରକେଟ୍ ମାଡ ହେବା ପରେ ଇସ୍ରାଏଲରେ ଜରୁରୀକାଳୀନ ସାଇରନ୍ । ଯୁଦ୍ଧକାଳୀନ୍ ସ୍ଥିତି ଘୋଷଣା କଲା ଇସ୍ରାଏଲ ।

ସୂଚନାଯୋଗ୍ୟ ଯେ ଆଜି ପାଲେଷ୍ଟାଇନ୍ ଆତଙ୍କବାଦୀ ଇସ୍ରାଏଲ ଉପରେ ଲଗାତାର ରକେଟ ମାଡ କରିଥିଲେ । ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ଇସ୍ରାଏଲ ସରକାର ଯୁଦ୍ଧ ଘୋଷଣା କରିଛନ୍ତି ।