ଚତୁର୍ଥ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ନୂଆଦିଲ୍ଲୀ,୬/୧୦ : ଚତୁର୍ଥ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୬.୫୦ ପ୍ରତିଶତରେ ସ୍ଥିର ରହିଥିବା ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି ଯେ, ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ । ମହଙ୍ଗା ହେବନି ଘର ଓ ଗାଡ଼ି ଋଣ । ସାମଗ୍ରିକ ମୁଦ୍ରାସ୍ଫୀତି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ ବି ବ୍ୟାଙ୍କ୍‌ ବ୍ୟବସ୍ଥା ସୁଦୃଢ଼ ରହିଛି । ଡାଲି, ତୈଳବୀଜ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମୁଦ୍ରସ୍ଫୀତିର କାରଣ ହେବାର ଆଶଙ୍କା ଥିବାରୁ ରିଜର୍ଭ ବ୍ୟାଙ୍କ୍‌ ମୁଦ୍ରସ୍ଫୀତିଜନିତ ଚାପ ନିୟନ୍ତ୍ରଣ କରିବାକୁ ଅର୍ଥ ଯୋଗାଣ ହ୍ରାସ ଉପରେ ଧ୍ୟାନ ଦେଇଛି । ଏହାଛଡ଼ା ବିଶ୍ବ ଅର୍ଥନୀତି ଏବେ ମଧ୍ୟ ମାନ୍ଦା ଅବସ୍ଥାରେ ରହିଛି ବୋଲି ସେ କହିଛନ୍ତି ।