ଗୋରେଗାଁଓରେ ଥିବା ୭ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ, ୬ମୃତ

ନୂଆଦିଲ୍ଲୀ,୬/୧୦: ମୁମ୍ବାଇର ଗୋରେଗାଁଓରେ ଅଭାବନିୟ ଘଟଣା ଘଟିିିଛି। ସେଠାରେ ଥିବା ୭ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଜଳି ୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ୨ଟି ହସ୍ପିଟାଲରେ ୩୯ଜଣଙ୍କ ଚିକିତ୍ସା ଚାଲିଛି । ବିଲ୍ଡିଂର ପାର୍କିଂରେ ଥିବା ବହୁ ଗାଡି ଜଳି ପାଉଁଶ ହୋଇଯାଇଛି । ୪ଟି କାର ସହିତ ୩୦ରୁ ଅଧିକ ବାଇକ ଜଳି ଯାଇଛି ।