ସିକ୍କିମ ବନ୍ୟା, ଓଡ଼ିଆ ଯବାନ ସରୋଜ କୁମାର ସହିଦ

ନୂଆଦିଲ୍ଲୀ,୫/୧୦: ସିକ୍କିମରେ ଓଡିଆ ଯବାନ ନିଖୋଜ ଘଟଣା । ଆଜି ହାବିଲଦାର ସରୋଜ କୁମାର ଦାସଙ୍କ ପତ୍ତା ମିଳିଛି। ସେ ଆଉ ନାହାନ୍ତି ସହିଦ ହୋଇଯାଇଛନ୍ତି। ସରୋଜଙ୍କ ମୃତଦେହ ଚିହ୍ନଟ କଲେ ପରିବାର ଲୋକ । ସିକ୍କିମ ବନ୍ୟାରେ ୨୩ ଯବାନ ନିଖୋଜ ହୋଇଥିଲେ । ଖବର ଜଣାପଡ଼ିବା ପରେ ଘରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।

ଗତକାଲି ପରିବାର ଲୋକ ଟିଭିରେ ଯବାନଙ୍କ ନିଖୋଜ ଖବର ଦେଖି ତାଙ୍କ ପାଖକୁ ଫୋନ କରିଥିଲେ । ମାତ୍ର ସରୋଜଙ୍କ ମୋବାଇଲ୍ ଫୋନ ସୁଇଚ୍ ଅଫ୍ ଥିବାରୁ ୟୁନିଟ ସହ କଥା ହେବା ପରେ ନିଖୋଜ ଖବର ପାଇଥିଲେ ସରୋଜଙ୍କ ଭାଇ । ଏବେ ସରୋଜ ସହିଦ ହୋଇଥିବା ସୂଚନା ଦେଇଛନ୍ତି ପରିବାର ଲୋକ ।