ମହାପ୍ରଭୁଙ୍କ ବନକଲାଗି ନୀତି, ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଭୁବନେଶ୍ୱର,୫/୧୦: ମହାପ୍ରଭୁଙ୍କ ବନକଲାଗି ନୀତି ଦେଢ ମାସ ବନ୍ଦ ରହିଥିଲା । ଏହାପରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ । ସେଥି ପାଇଁ ଆଜି ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ । ନୀଳାଦ୍ରୀ ବିଜେ ପରେ ବନଲାଗିକୁ ନେଇ ବିବାଦ ଦେଖା ଦେଇଥିଲା । ବୁଧବାର ବନକଲାଗି ହେବ କି ଗୁରୁବାର ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତମହାପ୍ତର ସେବକଙ୍କ ମଧ୍ୟରେ ଅଡୁଆ ତୁଟୁନଥିଲା । ରଥଯାତ୍ରା ପରେ ପରେ ଦେଢମାସ ମହାପ୍ରଭୁଙ୍କ ବନକଲାଗି ଅଟକି ରହିଥିଲା । ଶେଷରେ ଅଗଷ୍ଟ ୨୮ରେ ହିଁ ବନକଲାଗି ହୋଇଥିଲା । ସେପ୍ଟେମ୍ବର ମାସରେ ଆଦୌ ବନକଲାଗି ହୋଇନଥିଲା ।