ବ୍ରିଜ ଉପରେ ଲଟକିଲା ବସ୍, ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

ଭୁବନେଶ୍ୱର,୩/୧୦: ବାଙ୍କୀ ଜାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ଥ ହୋଇଛି । ବ୍ରିଜ ଉପରେ ଲଟକି ରହିଛି ବସ। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏହି ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଓହଳି ରହିଛି । ଗାଡିଟି ବ୍ରିଜର ବ୍ୟାରିକେଟକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଝୁଲି ରହିଛି ।ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି ୧୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ହେଲେ ଦୁର୍ଘଟଣାର କାରଣ ଜଣାପଡିନାହିଁ ।