ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ  ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଦ୍ୱିତୀୟ ମ୍ୟାଲେରିଆ ଟିକାକୁ WHOର ମଞ୍ଜୁରୀ

ନୂଆଦିଲ୍ଲୀ,୩/୦: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ  ଦ୍ୱାରା ପ୍ରସ୍ତୁତ କରାଯାଇଥିବା ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ଏହି ଟିକାର ପ୍ରି-କ୍ଲିନିକାଲ ଟେଷ୍ଟ ଓ କ୍ଲିନିକାଲ ପରୀକ୍ଷଣ ସମ୍ବନ୍ଧୀୟ ପରିସଂଖ୍ୟାନ ଅଧାରରେ ଏହି ମଞ୍ଜୁରୀ ମିଳିଛି । ଏହି ଟିକା ପରୀକ୍ଷଣ ୪ଟି ଦେଶରେ ସଫଳ ହୋଇଛି । ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି କି ପିଲାମାନଙ୍କୁ ମ୍ୟାଲେରିଆରୁ ରକ୍ଷା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ପାଇଥିବା ଟିକା ମଧ୍ୟରେ ଏହା ଦ୍ୱିତୀୟ ଟିକା ।