ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ୱର, ୨୮/୧: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ରହିବେ ବିଧାୟକ ପ୍ରତାପ କେଶରୀ ଦେବ। ଏନେଇ ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଛି।