ଏସୀୟ କ୍ରୀଡ଼ାରେ ଆଜି ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲା ଭାରତ

ନୂଆଦିଲ୍ଲୀ,୧/୧୦: ଆଜି ଏସୀୟ କ୍ରୀଡ଼ାରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ୩ହଜାର ମିଟର୍ ଷ୍ଟିପଲଚେଜରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତି ଆଣିଛନ୍ତି ଅବିନାଶ ସାବଲେ । ଅବିନାଶ ପ୍ରଥମ ଭାରତୀୟ ଭାବେ ଏସୀୟ କ୍ରୀଡ଼ାର ୩ହଜାର ମିଟର ଷ୍ଟିପଲଚେଜରେ ଏହି ସଫଳତା ଆଣିଛନ୍ତି ।  ସେହିପରି ତେଜିନ୍ଦର ପାଲ୍ ସିଂହ ତୁର ସଟ୍ପୁଟରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ବର୍ଗରେ ୨୦.୩୬ ମିଟର ଥ୍ରୋ’ କରି ପ୍ରଥମ ସ୍ଥାନ ଅଧିକଗ୍ରହଣ କରିଛନ୍ତି ତେଜିନ୍ଦର । ସେପଟେ ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ଜିତିଛି ଭାରତ । ପୁରୁଷ ଟ୍ରାପ ଟିମ୍ ଇଭେଂଟରେ ଭାରତକୁ ମିଳିଛି ସ୍ୱର୍ଣ୍ଣ । ଅନ୍ୟପକ୍ଷରେ ମହିଳା ଗଲ୍ଫରେ ରୌପ୍ୟ ଜିତି ଇତିହାସ ରଚିଛନ୍ତି ଅଦିତି ଅଶୋକ ।