୧୪ ମିନିଟରେ ସଫା ହୋଇଯିବ ବନ୍ଦେ ଭାରତ ଏକ୍ସପ୍ରେସ୍

ନୂଆଦିଲ୍ଲୀ, ୧/୧୦: ୧୪ ମିନିଟରେ ସଫା ହୋଇଯିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଆଜି ଏହି ଯୋଜନାର ଶୁଭାରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ଆନନ୍ଦ ବଜାର, ଚେନ୍ନାଇ, ପୁରୀ ଓ ଶିରିଡି ସମେତ ୨୯ଟି ସ୍ଥାନରେ ଏହି ଯୋଜନା ଲାଗୁ କରାଯାଇଛି । ଜାପାନରେ ୭ ମିନିଟରେ ସଫା ହେଉଛି ବୁଲେଟ୍ ଟ୍ରେନ୍ । ଏହି ପଦ୍ଧତି ଆପଣାଇଛି ଭାରତ । ଆଗରୁ ୪୫ ମିନିଟ୍ ଲାଗୁଥିବା ବେଳେ ଏବେ ୧୪ ମିନିଟରେ ମିରାକେଲ୍ ଦେଖିବାକୁ ମିଳିବ । ପ୍ରତି ବଗିରେ ୩ ଜଣ ଲେଖାଏଁ ପ୍ରଶିକ୍ଷିତ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା ।