ବ୍ୟବସାୟିକ ଏଲ୍‌ପିଜି ଗ୍ୟାସ ସିଲିଣ୍ଡର୍‌ ଦର ବୃଦ୍ଧି

ନୂଆଦିଲ୍ଲୀ: ଆଜିଠାରୁ ସବୁ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ ପିଛା ଦର ୨୦୯ ଟଙ୍କା ବୃଦ୍ଧି ହୋଇଛି।ତୈଳ କମ୍ପାନି ସବୁ ଗତମାସରେ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ୧୯ କିଲୋବିଶିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧୫୮ ଟଙ୍କା ହ୍ରାସ କରିଥିଲେ।

ସୂଚନାଯୋଗ୍ୟ ଆଜି ଠାରୁ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ପରିବର୍ଦ୍ଧିତ ମୂଲ୍ୟ ଲାଗୁ ହେବ।ସେହି ହିସାବରେ ଆଜିଠାରୁ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଦିଲ୍ଲୀରେ ୧୭୩୧. ୫୦, ମୁମ୍ବାଇରେ ୧୬୮୪, ଲ‌କ୍ଷ୍ନୌରେ ୧୮୪୫, ଚେନ୍ନାଇରେ ୧୮୯୮, ବେଙ୍ଗାଲୁରୁରେ ୧୮୧୩ ଓ କୋଲ୍‌କାତାରେ ୧୮୩୯ ଟଙ୍କାରେ ବିକ୍ରୟ କରାଯାଉଛି।

କିନ୍ତୁ ଘରୋଇ ରନ୍ଧନକ୍ରିୟାରେ ବ୍ୟବହାର କରାଯାଉଥିବା ୧୪.୨ କିଲୋଗ୍ରାମ୍‌ବିଶିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ଅପରିବର୍ତ୍ତିତ ରହିଛି।