ଛତିଶଗଡରେ ପ୍ରଧାନମନ୍ତ୍ରୀଙ୍କ ପାୱାର ଶୋ, କହିଲେ ଏଥର ନିର୍ବାଚନରେ ଛତିଶଗଡ଼ରେ ପରିବର୍ତନ ନିଶ୍ଚିତ

ନୂଆଦିଲ୍ଲୀ,୩୦/୦୯: ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାୱାର ଶୋ । ବିଳାସପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ମୋଦୀ ।କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଏଥରକ ନିର୍ବାଚନରେ ଛତିଶଗଡ଼ରେ ପରିବର୍ତନ ନିଶ୍ଚିତ । ଏଥିସହ ସେ କହିଛନ୍ତି ଗରିବଙ୍କୁ ଘୃଣା କରେ କଂଗ୍ରେସ, ଦୁର୍ନୀତିରେ ଉବୁଟୁବୁ ହେଉଛି ଛତିଶଗଡ ରାଜ୍ୟ । ମୋଦୀ ନାଁର ଅର୍ଥ ହେଉଛି ଶତପ୍ରତିଶତ ଗ୍ୟାରେଂଟି ।ବିଜେପି କରିଥିବା ପ୍ରତିଶ୍ରୁତି ପୂରା କରେ ବୋଲି ସେ କହିଛନ୍ତି।