ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ୨ ଆତଙ୍କବାଦୀ ସଫା

ନୂଆଦିଲ୍ଲୀ,୩୦/୦୯: ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ଫଳରେ ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।ସୂଚନା ମୁତାବକ ନିୟନ୍ତ୍ରଣ ରେଖା ନିକଟ କୁପୱାଡା ଜିଲ୍ଲାର ମଛଲୀ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୨ଜଣ ଆତଙ୍କବାଦୀଙ୍କୁ ସେନା ଗୁଳିକରି ମାରିଛି । ଏହାସହ ଆଉକିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ସନ୍ଦେହ କରି ସେନା ତାର ସର୍ଚ୍ଚ ଅପରେସନ ଜାରି ରଖିଛି । ମୃତ ଆତଙ୍କବାଦୀଙ୍କ ଠାରୁ ଦୁଇଟି ଏକେ ରାଇଫଲ,  ଏକେ ମ୍ୟାଗଜିନ, ୯୦ ରାଉଣ୍ଡ ଗୁଳି ,ଏକ ପାକିସ୍ତାନୀ ପିସ୍ତଲ. ଏକ ପାଉଚ ଓ ୨୧ଶହ ଟଙ୍କାର ପାକିସ୍ତାନୀ ମୁଦ୍ରା ଜବତ କରିଛି ।